Coronavirus Odia Story & Gapa | Lockdown Odia Story | Odia Gapa |Odia Short Story | Odia Story| ଓଡିଆ ଗପ |

ଲକଡାଉନ୍-:

ମାର୍ଚ ୩୧ ତାରିଖରେ ଜଣେ ପଣ୍ଡିତ ଏକ ହୋଟେଲରେ ପହଞ୍ଚି ମ୍ୟାନେଜରକୁ ପଚାରିଲେ – ୩୯ ନମ୍ବର ରୁମ୍ ଖାଲି ଅଛି କି ?

ମ୍ୟାନେଜର- ହଁ, ଖାଲି ଅଛି । ଆପଣ ସେ ରୁମ୍ ନେଇପାରିବେ ।

ପଣ୍ଡିତ- ଠିକ୍ ଅଛି । ଗୋଟେ ଛୁରୀ, ୭ଇଞ୍ଚିର କଳା ସୂତା ଓ ୬୯ଗ୍ରାମର ଗୋଟେ ଲେମ୍ବୁ ମୋ ରୁମ୍ କୁ ପଠାଇ ଦିଅନ୍ତୁ ।

ମ୍ୟନେଜର- ପଣ୍ଡିତ ମହାଶୟ ଆପଣଙ୍କ ରୁମ୍ ରେ ଖୁବ୍ ଶିଘ୍ର ପହଞ୍ଚାଇ ଦିଆଯିବ । ମୁଁ ଆପଣଙ୍କ ସାମନା ରୁମ୍ ରେ ରହୁଛି । ଯେତେବେଳେ ବି କିଛି ଆବଶ୍ୟକ ହେବ ମୋତେ ଆପଣ ମନେ ପକାଇପାରିବେ ।

ପଣ୍ଡିତ- ଧନ୍ୟବାଦ ମ୍ୟାନେଜର ବାବୁ ।

ଅଧରାତିରେ,,,,,,,,,

ପଣ୍ଡିତଙ୍କ ରୁମ୍ ରୁ ହଠାତ୍ କପ୍ ପ୍ଲେଟ୍ ତଳେ ପଡି ଭାଙ୍ଗିବାର ଶବ୍ଦ ସହ ଭୟଙ୍କର ଚିତ୍କାର ଶୁଭିଲା ।

ଭୟଙ୍କର ଶବ୍ଦରେ ମ୍ୟାନେଜରର ନିଦ ଭାଙ୍ଗିଗଲା,,,କିନ୍ତୁ ଅର୍ଧରାତ୍ରିର ଏକୁଟିଆ ପଣ୍ଡିତଙ୍କ ରୁମ୍ କୁ ନଯାଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କଲା ।

ପରଦିନ ସକାଳୁ,,,

ମ୍ୟାନେଜର ୩୯ ନମ୍ବର ରୁମ୍ ରେ ପହଞ୍ଚି ଦେଖିଲା କି ପଣ୍ଡିତ ମହାଶୟ ସକାଳୁ ସକାଳୁ ଚାଲିଯାଇଛନ୍ତି । ରୁମ୍ ଭିତରେ ଯାହା ଯେମିତି ଥିଲା ସବୁ ସେମିିତି ଅଛି । ପୁନଶ୍ଚ ମ୍ୟାନେଜର ଚିନ୍ତା କଲା ବୋଧେ ଅର୍ଧରାତ୍ରିରେ ସେ ସ୍ବପ୍ନରେ ଏମିତି ଭୟଙ୍କର ଶବ୍ଦ ଶୁଣିଛନ୍ତି ।

ପୁଣି ଏମିତି ଆଉ ଏକ ବର୍ଷ ବିତିଗଲା,,,,

ଏକ ବର୍ଷ ପରେ,,,
ମାର୍ଚ ୩୧ ତାରିଖ
ପଣ୍ଡିତ ମହାଶୟ ସେହି ହୋଟେଲ୍ ରେ ପହଞ୍ଚି ୩୯ ନମ୍ବର ରୁମ୍ ବିଷୟରେ ପଚାରିଲା ।

ମ୍ୟାନେଜର- ଆଜ୍ଞା, ୩୯ ନମ୍ବର ରୁମ୍ ଖାଲି ପଡିଛି, ଆପଣ ନେଇ ପାରିବେ ।

ପଣ୍ଡିତ- ଠିକ୍ ଅଛି, ଗୋଟେ ଛୁରୀ, ୭ ଇଞ୍ଚିର କଳା ସୂତା ଓ ୬୯ଗ୍ରାମର ଗୋଟେ ଲେମ୍ବୁ ମୋ ରୁମ୍ କୁ ପଠାଇ ଦିଅନ୍ତୁ ।

ମ୍ୟାନେଜର- ଠିକ୍ ଅଛି ଆଜ୍ଞା ।

ସେଦିନ ରାତିରେ ମ୍ୟାନେଜର ଜମାରୁ ଶୋଇଲା ନାହିଁ,,,ରାତି ଅଧରେ ୩୯ ନମ୍ବର ରୁମ୍ ରେ କଣ ଘଟୁଛି ଜାଣିବା ପାଇଁ ବସି ରହିଲା ।

ଠିକ୍ ଅର୍ଧରାତ୍ରିରେ,,,ପୂର୍ବ ବର୍ଷ ପରି ଭୟଙ୍କର ଶବ୍ଦ ଓ ପ୍ଲେଟ୍ କପ୍ ଭାଙ୍ଗିବାର ଶବ୍ଦ ଶୁଣିବାକୁ ମିଳିଲା । ମ୍ୟାନେଜର ନିଜ ରୁମ୍ ରୁ ବାହାରି ୩୯ନମ୍ବର ରୁମ୍ ସାମନାରେ ପହଞ୍ଚିଗଲା ।

ଭିତରୁ କବାଟ ବନ୍ଦ ଥାଏ । ମ୍ୟାନେଜର ମାଷ୍ଟର କୀ ବ୍ୟବହାର କଲା,,,କିନ୍ତୁ ସେଦିନ ରାତିରେ ମାଷ୍ଟର କୀ ୩୯ ନମ୍ବର ରୁମ୍ ରେ କାମ କଲାନାହିଁ ।

ଭୟଙ୍କର ଶବ୍ଦରେ ମ୍ୟାନେଜରର ମୁଣ୍ଡ ଘୁରିବାକୁ ଲାଗିଲା ଓ ସେଇଠି ସେ ଟଳି ପଡିଲା ।

ପରଦିନ ସକାଳୁ,,,,,

ମ୍ୟାନେଜର ନିଦରୁ ଉଠି ଦେଖିଲା ରୁମ୍ ଖାଲି ପଡିଛି ଓ ପଣ୍ଡିତ ମହାଶୟ ଭିତରେ ନାହାନ୍ତି ।

ମ୍ୟାନେଜର ଶିଘ୍ର ଶିଘ୍ର ମେନ୍ ଗେଟରେ ପହଞ୍ଚିଲା ,,,,କିନ୍ତୁ ଚୌକିଦାର କହିଲା ଯେ ଆପଣ ଆସିବାର ୫ମିନିଟି ପୂର୍ବରୁ ପଣ୍ଡିତ ମହାଶୟ ଚାଲିଗଲେ ।

ମ୍ୟାନେଜର ଓ୍ବେଟରକୁ ପଣ୍ଡିତଙ୍କ ବିଷୟରେ ପଚାରିବାରୁ ଓ୍ବେଟର କହିଲା ପଣ୍ଡିତ ବହୁତ ଭଲ ଲୋକ । ଏଇ ଅଳପ ସମୟ ହେଲା ରୁମ୍ ଖାଲିକରି ଯାଇଛନ୍ତି । ସେ ଯିବା ପୂର୍ବରୁ ସମସ୍ତଙ୍କୁ ଭଲ ଟିପ୍ ଦେଇ ଯାଇଛନ୍ତି ।

ମ୍ୟାନେଜର ଅବଶୋଷ ମନ ନେଇ ସ୍ଥିର କଲା ଯେ ଆସନ୍ତା ମାର୍ଚ ୩୧ରେ ପଣ୍ଡିତ ଓ ରୁମ୍ ନମ୍ବର ୩୯ର ରହସ୍ୟ ବିଷୟରେ ନିଶ୍ଚିତି ଜାଣିବ ।

ମାର୍ଚ ମାସ ଆସି୍ଲା, ଯେଉଁ ମାସର ୩୧ ତାରିଖରେ ପ୍ରତ୍ୟେକ ବର୍ଷ ପଣ୍ଡିତ ହୋଟେଲ କୁ ଦିନଟିଏ ନିଶ୍ଚିତ ଆସୁଥାଏ ।

ଆସନ୍ତା ବର୍ଷ,,,
୩୧ ତାରିଖରେ ପଣ୍ଡିତ ମହାଶୟ ଆସିଲେ
ରୁମ୍ ନମ୍ବର ୩୯ ବିଷୟରେ ବି ବୁଝିଲେ
ମ୍ୟାନେଜର- ହଁ, ଆପଣଙ୍କ ପାଇଁ ସେ ରୁମ୍ ପୂର୍ବରୁ ଖାଲି କରି ରଖାଯାଇଛି ।

ପଣ୍ଡିତ- ଗୋଟେ ଛୁରୀ, ୭ଇଞ୍ଚିର କଳା ସୂତା ଓ ୬୯ଗ୍ରାମ ଲେମ୍ବୁ,,,,

ମ୍ୟାନେଜର- ସବୁ ପ୍ରସ୍ତୁତି ଆପଣଙ୍କ ପାଇଁ ପୂର୍ବରୁ ସରିଛି ।

ଅର୍ଧରାତ୍ରିରେ

ମ୍ୟାନେଜର ଜମାରୁ ବି ଶୋଇଲା ନାହିଁ । ସାରାରାତି ଉଜାଗର ରହି ଭୟଙ୍କର ଶବ୍ଦକୁ ଧର୍ଯ୍ୟେ ସହକାରେ ଶୁଣିବାକୁ ଲାଗିଲା ।

ଯେମିତି ସକାଳ ହୋଇଛି ପଣ୍ଡିତ ମହାଶୟ କବାଟ ଖୋଲିଛନ୍ତି, ମ୍ୟାନେଜର ରୁମ୍ ଭିତରକୁ ପ୍ରବେଶ କରିଗଲା ଓ ପଣ୍ଡିତଙ୍କୁ ପଚାରିଲା,,,,

ପ୍ରକୃତରେ ଛୁରୀ, ଲେମ୍ବୁ, କଳାସୂତାକୁ ନେଇ ଆପଣ କଣ କରନ୍ତି ଓ ଅର୍ଧରାତ୍ରିରେ ଭୟଙ୍କର ଶବ୍ଦର ରହସ୍ୟ କଣ ଓ କେଉଁଠୁ ଏପରି ଶବ୍ଦ ଶୁଭାଯାଏ ?

ପଣ୍ଡିତ କହିଲେ- ମୁଁ ଏସବୁର ରହସ୍ୟ ନିଶ୍ଚିତ ଆପଣଙ୍କୁ କହିବି,,,କିନ୍ତୁ ଆସନ୍ତା ବର୍ଷକୁ ।

ଆଉ ଗୋଟେ ସର୍ତ ଏହା ଯେ ତୁମେ ଏ ରହସ୍ୟ ବିଷୟରେ କାହାକୁ କିଛି ବି କହିବ ନାହିଁ ।

ମ୍ୟାନେଜର ଧର୍ଯ୍ୟେବାନ ଲୋକ ଥିଲା,,,ସେ ପଣ୍ଡିତଙ୍କ କଥାରେ ରାଜି ହୋଇ ଆଉଏକ ବର୍ଷ ପାଇଁ ଅପେକ୍ଷା କଲା ।

କିନ୍ତୁ ଦୂର୍ଭାଗ୍ୟବଶତଃ ଏ ବର୍ଷ ମହାମାରୀ କରୋନା ଭୂତାଣୁର ପ୍ରଭାବରେ ଲକଡାଉନ୍ ଯୋଗୁଁ ପଣ୍ଡିତ ମହାଶୟ ହୋଟେଲ୍ କୁ ଆସି ପାରିଲେ ନାହିଁ ।

ଏବେ ଆସନ୍ତା ମାର୍ଚକୁ ପଣ୍ଡିତ ମହାଶୟ ଆସିବା ପରେ ଯେଉଁ ରହସ୍ୟ ବିଷୟରେ କେହି ଜାଣନ୍ତି ନାହିଁ,,,,ସେ ରହସ୍ୟ ମ୍ୟାନେଜର ନିଜ ଆଖିରେ ଦେଖିବ ଓ ପରେ ମୋତେ ଜଣାଇବ ।

ତାପରେ ଏ ରହସ୍ୟ ବିଷୟରେ ମୁଁ ଆପଣମାନଙ୍କୁ ଜଣାଇବି ।

ଧ୍ୟାନ ସହକାରେ ପଢିଥିବାରୁ ଧନ୍ୟବାଦ ।

ଲକଡାଉନ୍ ର ଖାଲି ସମୟରେ ବସି ବସି କଣ କରିବି ଭାବୁଥିଲି,,,
ଖାଲି ମୁଣ୍ଡ ଶୈତାନର ଘର,,,

ସମସ୍ତେ ପଢିଲ ତ,,,,ଶୈତାନ ଖୁସି ହେଲା ।

Leave a Reply